http://kksongs.org/image_files/image002.jpg

Krsna Kirtana Songs est. 2001                                                                                                                                                 www.kksongs.org


Home Song Lyrics R

Song Name: Radha Krsna Nama Cintamani Ki

Official Name: None

Author: Gopala Krsna Dasa

Book Name: None

Language: Odia

 

A

 

LYRICS:

(ଅସ୍ଥୟୀ)

ରାଧା କୃଷ୍ଣ ନାମ ଚିନ୍ତାମଣିକି

ଭଜ-ରେ ମାନସ ସଦା ଏଣିକି

 

(୧)

ପାଇଲୁ ଶ୍ରୀ ଗୁରୁ-ଦେଵଙ୍କ କୃପାରୁ

ଆଗେ କର ଜୟ-ଶ୍ରୀ ପୂରଣୀକି

 

(୨)

ସ-ରସ ଚେତନ ପୂର୍ଣ ସନାତନ

ବାସ ଯା-ଅ-ନା-ରେ ଆଉ କେନିକି

 

(୩)

ନାହିଁଟି ଅନ୍ତର ଅଭିଧା ନାମର

ଡାକ ମଥାପରେ ଯୋଡି ପାଣିକି

 

(୪)

ସ୍ଵପନ ଜାଗରେ ଶୁଚି ଅଶୁଚିରେ

ଅନ୍ତଃକରଣରେ ପୁଣି ପୁଣୀକି

 

(୫)

ପ୍ରେମ-ଭକ୍ତି ରସ ଜାଙ୍କର ନିର୍ଯାସ

ଏଥୁ ବଳି ଆଉ ନାହିଁ ତେଣିକି

 

(୬)

ମିଳିଲା ଏଥର ଭାଳିଲାର ତୋର

କରି ନର୍ତନ ବଜା କଫୋଣିକି

 

(୭)

ଗୋପାଳ-କୃଷ୍ଣର ପ୍ରାଣ ଅବସର

କାଳେ ବୋଲାଇବୁ ଗଲେ ଯେଣିକି

 

UPDATED: January 29, 2017